Microsoft Edge ଆପଣଙ୍କ ଟାସ୍କବାରରେ ସାଇଟ୍ ଗୁଡିକ ପିନ୍ କରିବାରେ ସାହାଯ୍ୟ କରି ଆପଣଙ୍କ ସମୟ ସଞ୍ଚୟ କରିପାରେ। ଟାସ୍କବାର୍ ପିନିଂ ୱିଜାର୍ଡରୁ ମାତ୍ର କିଛି କ୍ଲିକ୍ ରେ ଆପଣଙ୍କ ପସନ୍ଦର ୱେବସାଇଟ୍ କିମ୍ୱା ଲୋକପ୍ରିୟ ମାଇକ୍ରୋସଫ୍ଟ ୱେବ୍ ଆପ୍ଲିକେସନ୍ ଗୁଡିକରୁ ଚୟନ କରନ୍ତୁ।
ଆରମ୍ଭ କରିବାକୁ, ଏଜ୍ ଟୁଲବାର୍ (ତିନୋଟି ଡଟ୍ ମେନ୍ୟୁ) ଉପରେ କ୍ଲିକ୍ କରନ୍ତୁ > 'ଅଧିକ ଉପକରଣ' ଚୟନ କରନ୍ତୁ > ତା'ପରେ 'ଲଞ୍ଚ୍ ଟାସ୍କବାର୍ ପିନିଂ ୱିଜାର୍ଡ' ଚୟନ କରନ୍ତୁ।
ହଁ - ଆପଣ ଶୀଘ୍ର ଆକସେସ୍ ପାଇଁ ଟାସ୍କବାରରେ ସିଧାସଳଖ ଆପ୍ଲିକେସନ୍ ଏବଂ ୱେବସାଇଟ୍ ପିନ୍ କରିପାରିବେ। ଯଦି ଆପ୍ଲିକେସନ୍ ଖୋଲା ଅଛି, ଆପ୍ଲିକେସନ୍ ଦବାନ୍ତୁ କିମ୍ବା ଡାହାଣ-କ୍ଲିକ୍ କରନ୍ତୁ, ଏବଂ ତା'ପରେ 'ପିନ୍ ଟୁ ଟାସ୍କବାର୍' ଚୟନ କରନ୍ତୁ। ବିକଳ୍ପ ଭାବରେ, ଆପଣ ଏଜ୍ ରୁ ଟାସ୍କବାର ପିନିଂ ୱିଜାର୍ଡ ଏବଂ ସେଠାରୁ ପିନ୍ ୱେବ୍ ଆପ୍ଲିକେସନ୍ ଲଞ୍ଚ କରିପାରିବେ।